ଆଜି ଓ ଆସନ୍ତାକାଲି ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୧୪/୧୧: ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ମଧ୍ୟ ବିପଦ ଟଳିନି । ତେଣୁ ଆଜି ଓ ଆସନ୍ତାକାଲି ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନରୁ ବଞ୍ଚିତ ହେବେ। ଏହି ଦୁଇଦିନ ଶ୍ରୀମନ୍ଦିରରେ ସାଧରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବ ରବିବାର ଭଳି ଆଜି ବି ଶ୍ରୀମନ୍ଦିରର ବିଶୋଧନ କରାଯାଉଥିବାରୁ ଶ୍ରୀମନ୍ଦିର ବନ୍ଦ ରହିବ। ଏହାସହ ଆସନ୍ତାକାଲି ପବିତ୍ର ବଡ଼ଓଷା ଏକାଦଶୀ ପଡ଼ୁଥିବାରୁ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଭିଡ଼ ହେବ । ବଡ଼ ଏକାଦଶୀ ଓ ପହିଲି ପଞ୍ଚକରେ ଶ୍ରାମନ୍ଦିରରେ ମହାପ୍ରଭୁଙ୍କର ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ । ଏହିସବୁ କୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ବି ଦର୍ଶନ ବନ୍ଦ ରହିବ ବୋଲି ସୂଚନା ରହିଛି ।