ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ପ୍ରସଙ୍ଗ, ସ୍ପଷ୍ଟୀକରଣ ରଖିଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ, ୧୮/୩: ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ଆଜି ସ୍ପଷ୍ଟୀକରଣ ରଖିଛି । ଶ୍ରୀଜଗନ୍ନାଥଙ୍କ ୩୫ ଏକର ଜମି ବିକ୍ରି ଖବରଟିକୁ ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା  ପ୍ରଚାର କରାଯାଉଛି ବୋଲି କହିଛି ମନ୍ଦିର ପ୍ରଶାସନ । ଦଖଲରେ ଥିବା ଜଗନ୍ନାଥ ଜମିକୁ ସ୍ୱଚ୍ଛତା ଆଧାରରେ ଯୋଗ୍ୟ ବ୍ୟକ୍ତିଙ୍କୁ ଦିଆଯିବାକୁ ବ୍ୟବସ୍ଥା ହୋଇଛି । ୨୦୦୧ରୁ ୨୦୧୦ ଭିତରେ ୨୯୧ ଏକର ଜମି ଦିଆଯାଇଛି । ୨୦୧୧ରୁ ୨୦୨୧ ଭିତରେ ୯୬ ଏକର ଜମି ଦିଆଯାଇଛି ବୋଲି ମନ୍ଦିର ପ୍ରଶାସନ କହିଛି।