ପୁଣି ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ, ଜଗା ଦର୍ଶନ ପାଇଁ ଅପେକ୍ଷାରେ ଶ୍ରଦ୍ଧାଳୁ

ଭୁବନେଶ୍ୱର,୨୦/୦୫: ଜଗା ଦର୍ଶନ ପାଇଁ ବଡଦାଣ୍ଡରେ ଅପେକ୍ଷାରେ ଅଛନ୍ତି ଭକ୍ତ । ଗତ କିଛିଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବକୁ ନେଇ ଭକ୍ତ ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ପୁଣି ଆଜି ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହୋଇଛି । ଦିନ ୮ ଟା ବାଜିଥିଲେ ସୁଦ୍ଧା ଶ୍ରୀମନ୍ଦିରରେ ଜୟବିଜୟ ଦ୍ୱାର ଫିଟି ନାହିଁ । ଯାହାକୁ ନେଇ ବଡଦାଣ୍ଡରେ ଘଂଟାଘଂଟା ଧରି ଅପେକ୍ଷା କରି ରହିଛନ୍ତି ଭକ୍ତ । ଘଟଣାସ୍ଥଳରେ ଏସପି ପଂହଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ସେହିପରି ୩ ଦିନ ଧରି ବିଳମ୍ବରେ ଖୋଲୁଛି ମନ୍ଦିର ମୁଖ୍ୟ ଦ୍ୱାର । ଯାହାଫଳରେ ପୁରୀବାସୀ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିବା ଟିକିିକ ସମ୍ଭବ ହେଇପାରୁନାହିଁ । ଏମିତିକି ପତିତପାବନଙ୍କୁ ଦର୍ଶନ କରି ହିଁ ନିଜ ଦୈନନ୍ଦିନ କାମ ଆରମ୍ଭ କରିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି ।