ରାମ ଜନ୍ମ ନୀତି ପାଇଁ ଆଜି ୩ ଘଣ୍ଟା ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ୱର,୩୦/୩: ଆଜି ଚୈତ୍ର ଶୁକ୍ଳ ରାମନବମୀ ତିଥିରେ ଶ୍ରୀମନ୍ଦିରରେ ରାମ ଜନ୍ମ ନୀତି ପାଳନ ହେବ। ଶ୍ରୀମନ୍ଦିରକୁ ମଧ୍ୟାହ୍ନଧୂପ ଛେକ ପ୍ରବେଶ ପରେ ପରେ ଏହି ନୀତି ପାଳନ କରାଯିବ। ଶ୍ରୀମନ୍ଦିର ଦ୍ବାର ବନ୍ଦ କରି ଜନ୍ମ ନୀତି ସଂପାଦନ କରାଯିବ। ଏଥିପାଇଁ ଶ୍ରୀମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ ରାମ ଜନ୍ମ ନୀତି ପାଇଁ ଆଜି ୩ ଘଣ୍ଟା ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ପ୍ରାୟ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।