ଶ୍ରୀମନ୍ଦିର ନାଟମଣ୍ଡପ ଫାଟ ସ୍ଥିତି ଅନୁଧ୍ୟାନ କରିବେ ASI ଟିମ୍

ଭୁବନେଶ୍ୱର,୨୭/୧୧: ଶ୍ରୀମନ୍ଦିର ନାଟମଣ୍ଡପ ବିମର ଫାଟ ଓ ଜଗମୋହନ ଉପରପାର୍ଶ୍ୱର ମରାମତି ହେବ । ଏହାର ଅନୁଧ୍ୟାନ କରିବେ ଏଏସଆଇ ବା ପ୍ରତ୍ନତାତ୍ୱିକ ବିଭାଗର ବୈଷୟିକ ଟିମ୍ । ସେଥିପାଇଁ ୪ ଜଣରୁ ଅଧିକ ବିଶେଷଜ୍ଞଙ୍କୁ ନେଇ ଏଏସଆଇର ଏକ ଟିମ ଆଜି ପୁରୀ ଆସୁଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରତ୍ନତାତ୍ୱିକ ବିଭାଗ ପକ୍ଷରୁ ଶୀଘ୍ର ମରାମତି ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ନାଟମଣ୍ଡପ ବିମ ଫାଟର ଅନୁଧ୍ୟାନ କରିବା ପାଇଁ ଆଜି ଏଏସଆଇ ଟିମ ପୁରୀ ଆସୁଛନ୍ତି । ପୂର୍ବାହ୍ନ ପୁରୀ ପହଞ୍ଚିି ଏଏସଆଇ ଟିମ ନାଟମଣ୍ଡପ ଓ ଜଗମୋହନର ଅନୁଧ୍ୟାନ କରିବା ସହ ମରାମତି ପାଇଁ ଅବଶ୍ୟକ ପରାମର୍ଶ ଦେବେ । ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ଫାଟ ଦେଖାଦେବା ପରେ ୨୦୧୮ ମସିହାରୁ କ୍ରାକମିଟର ଜରିଆରେ ଏହାର ସ୍ଥିତି ଅନୁଧ୍ୟାନ କରାଯାଉଛି । ବିମର ଫାଟ ବାହାରୁ ସ୍ପଷ୍ଟ ଦେଖାଯାଉନାହିଁ । ତେଣୁ ଏହି ଫାଟର ଆକାର କେତେ ବଡ ଓ କେତେ ପରିମାଣରେ ଫାଟ ବଢୁଛି, କ୍ରାକ ମିଟର ଜରିଆରେ ଏହାର ଅନୁଧ୍ୟାନ କରାଯାଉଛି ।