ଶ୍ରୀମନ୍ଦିରର ରୋଷଘରେ ଚୁଲି ଭାଙ୍ଗିବା ଘଟଣାର ତଦନ୍ତ ପାଇଁ ୨ ଜଣିଆ କମିଟି ଗଠନ

ପୁରୀ, ୩/୪:ଶ୍ରୀମନ୍ଦିରର ରୋଷଘରେ ଚୁଲି ଭାଙ୍ଗିବା ଘଟଣାର ତଦନ୍ତ ପାଇଁ ୨ ଜଣିଆ କମିଟି ଗଠନ ହୋଇଛି। ସୁରକ୍ଷା ପ୍ରଶାସକ ଓ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ନେଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୪ଜଣଙ୍କୁ ଜେରା କରାଯାଇଛି।

ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ରୋଷଘରେ ଚୁଲି ଭାଙ୍ଗିଥିଲେ ଦୁର୍ବୁତ୍ତ । ରୋଷ ଘରେ ଥିବା ୪୦ରୁ ଅଧିକ ଚୁଲିକୁ ଭାଙ୍ଗି ଚୁରମାର କରି ଦେଇଛନ୍ତି । କିଏ ଏପରି କରିଛି ଓ କେଉଁ ଉଦ୍ଦେଶ୍ୟରେ ଏପରି କରାଯାଇଛି ତାହା ଏବେ ବି ଅସ୍ପଷ୍ଟ । ଏପରିକି ଥାଳି ସୁଆର ଓ ତୁଣୁ ସୁଆରଙ୍କ ୨ଟି ଚୁଲି ମଧ୍ୟ ଭାଙ୍ଗି ଦେଇଛନ୍ତି । ଏହାସହ କୋଠ ଭୋଗ ଚୁଲି ୨ଟି, ସାତପୁରୀ ଚୁଲଲି ୧୦ ରୁ ୧୨ଟ, ପିଠାଆଡର ୧୫, କାଠ ଭୋଗ ଚୁଲି ଦୁଇଟି ଚୁଲି ଭାଙ୍ଗି ଦେଇଛନ୍ତି ଦୁର୍ବୁତ୍ତ ।