ଶ୍ରୀମନ୍ଦିରରେ ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ

ପୁରୀ, ୧/୧୧: ରାଜ୍ୟରେ କରୋନା ସଂକ୍ରମଣ ଦୃଷ୍ଟି ରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ଥିଲା । ଏବେ ସ୍ଥିତି ଟିକେ ସୁଧୁରିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲାଯାଇଛି। ଅନ୍ୟପଟେ ଆଜିଠୁ  ଶ୍ରୀମନ୍ଦିରରେ ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ଆରମ୍ଭ ହୋଇଛି। ପଶ୍ଚିମ ଦ୍ବାର ଦେଇ ସ୍ବତନ୍ତ୍ର ବ୍ୟାରିକେଡରେ ଧାଡି ଦର୍ଶନ କରୁଛନ୍ତି ପୁରୀବାସୀ । ସ୍ବତନ୍ତ୍ର କିଓସ୍କରେ ନିଜର ପରିଚୟ ପତ୍ର ଓ କୋଭିଡ୍ ପ୍ରମାଣପତ୍ର ଦେଖାଇ ମନ୍ଦିରକୁ ପ୍ରବେଶ କରୁଛନ୍ତି। ସେହିପରି ସର୍ବସାଧାରଣଙ୍କ ପାଇଁ ସିଂହଦ୍ବାର ପଟେ ଦର୍ଶନ ଚାଲିଛି।