ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ

ଭୁବନେଶ୍ବର,୨୭/୦୮: ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଆଜି  ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି। ବିଜେପିର ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତଙ୍କ ପ୍ରାର୍ଥିପତ୍ର କାୟମ ରହିଥିବା ହେତୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହାପରେ ସେ କହିଛନ୍ତି, ଦଳର ନିର୍ଦ୍ଦେଶରେ ପ୍ରାର୍ଥିପତ୍ର ନାମାଙ୍କନ ଓ ପ୍ରତ୍ୟାହାର କରିଛନ୍ତି। 

 ସୂଚନାଯୋଗ୍ୟ, ବିଜେପିର ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ ଦାଖଲ କରିବା ପରେ କାଳେ ତାଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯିବ, ଏଭଳି ଆଶଙ୍କା କରି ଜଗନ୍ନାଥଙ୍କୁ ଡମି ପ୍ରାର୍ଥୀ କରିଥିଲା ଦଳ। ତେବେ ମମତାଙ୍କ ପ୍ରାର୍ଥିତ୍ବ ଠାରୁ ଅଧିକ ଚର୍ଚ୍ଚାର ବିଷୟ ହୋଇଥିଲା ବିଜେପିର ଆଉ ଜଣେ ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କ ପ୍ରାର୍ଥିପତ୍ର ଦାଖଲ। ସେ ବିଜେପି ବିଧାୟକଙ୍କ ଗହଣରେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।