ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି, ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଗିଛି ଭିଡ଼

ଭୁବନେଶ୍ୱର,୧୦/୦୭: ଗତକାଲି ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଗଲେ ତିନି ଠାକୁର । ଜନ୍ମବେଦୀରେ ତିନି ଚତୁର୍ଦ୍ଧାମୂର୍ତ୍ତି । ରତ୍ନବେଦୀ ଛାଡ଼ି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କ ସହ ଜନ୍ମବେଦୀକୁ ବିଜେ କରିଛନ୍ତି। ବିଳମ୍ବିତ ରାତିରେ ଗୋଟିପହଣ୍ଡିରେ ଜନ୍ମବେଦୀକୁ ଯାଇଥିଲେ ଠାକୁରେ। ଏହିସମୟରେ ଘଣ୍ଟଘଣ୍ଟା ସାଙ୍ଗକୁ ହରିବୋଲ, ଜୟ ଜଗନ୍ନାଥ ଡାକରେ ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଥିଲା। ଆଜିଠାରୁ ଆଡ଼ପ ଦର୍ଶନ ସହ ଆଡ଼ପ ଅବଢ଼ା ପାଇବାର ସୌଭାଗ୍ୟ ପାଇବେ ଭକ୍ତ। ୬ ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା। ଏଥିପାଇଁ ରାତିରୁ ରୋଷ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଡ଼ପ ଦର୍ଶନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।