ଆଜି ସାରା ରାତି ଜଗା ଦର୍ଶନର ସୁଯୋଗ ପାଇବେ ଭକ୍ତ

ଭୁବନେଶ୍ୱର,୨୬/୧୧: ରାତି ପାହିଲେ କାର୍ତିକ ପୂର୍ଣ୍ଣିମା । ଏପଟେ ସାରା ରାତି ଜଗା ଦର୍ଶନର ସୁଯୋଗ ପାଇବେ ଭକ୍ତ । ପଂଚୁକ ତଥା ପୂର୍ଣ୍ଣମୀ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ନଜର ରଖି ରାତିସାରା ଜଗା ଦର୍ଶନର ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଛି । ଆଜି ରାତିରେ ମହାପ୍ରଭୁଙ୍କ ପ୍ରତୀକାତ୍ମକ ପହଡନୀତି କରାଯିବ । ସେପଟେ କାର୍ତିକ ପୂର୍ଣ୍ଣିମାରେ ସୁନାବେଶ ବା ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ତେବେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନିକ ସ୍ତରରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ଭିଡ ନିୟନ୍ତ୍ରଣ ପାଇଁ ୬୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ସୂଚନା ଦେଇଛନ୍ତି ପୁରୀ ଏସପି ।