ନୂଆଦିଲ୍ଲୀ,୨୨/୦୩: ନିର୍ବାଚନମଣ୍ଡଳୀ ପୁନଃସୀମାନିର୍ଦ୍ଧାରଣ ବିରୋଧୀରେ ଚେନ୍ନାଇରେ ଏକ ବୈଠକ ହୋଇଛି । ପୁନଃ ସୀମା ନିର୍ଦ୍ଧାରଣକୁ ୨୫ ବର୍ଷ ପାଇଁ ସ୍ଥଗିତ ରଖିବାକୁ ବୈଠକରେ ପ୍ରସ୍ତାବ ପାରିତ ହୋଇଛି । ତେବେ ବୈଠକରେ ବିଜେଡି ସାମିଲ ହୋଇଥିଲା । ସୀମା ପୁନଃନିର୍ଦ୍ଧାରଣ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଡାକିଥିବା ବୈଠକରେ ସାମିଲ ହୋଇଛନ୍ତି ବିରୋଧୀ । ବିଜେଡିର ପ୍ରତିନିଧି ଅମର ପଟ୍ଟନାୟକ ଓ ସଞ୍ଜୟ ଦାସ ବର୍ମା ବି ବିରୋଧୀ ବୈଠକରେ ଯୋଗ ଦେଇଛନ୍ତି । ବୈଠକରେ ତାମିଲନାଡୁ, ତେଲେଙ୍ଗାନା, ପଂଜାବ, କେରଳର ମୁଖ୍ୟମନ୍ତ୍ରୀଙ୍କ ସମେତ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି କେନ୍ଦ୍ରର ସୀମା ପୁନଃ ନିର୍ଦ୍ଧାରଣ ଯୋଜନାକୁ ଜୋରଦାର ବିରୋଧ କରିଛନ୍ତି । ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, କେନ୍ଦ୍ରର ଯୋଜନାରେ ସ୍ବଚ୍ଛତା ନାହିଁ । ତେଣୁ ସୀମା ପୁନଃନିର୍ଦ୍ଧାରଣକୁ ଆଗାମୀ ୨୫ ବର୍ଷ ଯାଏଁ ସ୍ଥଗିତ ରଖାଯାଉ । ଏହି ବୈଠକ ଆଗାମୀ ମାସରେ ହ୍ରାଇଦ୍ରାବାଦରେ ପୁଣି ହେବ ।