ITCM କ୍ଷେପଣାସ୍ତ୍ରର ସଫଳ ଉତ୍‌କ୍ଷେପଣ

ଭୁବନେଶ୍ୱର, ୨୦/୧: ଆଜି ବାଲେଶ୍ବରର ଚାନ୍ଦିପୁରରୁ ITCM କ୍ଷେପଣାସ୍ତ୍ରର ସଫଳ ଉତ୍‌କ୍ଷେପଣ ହୋଇଛି। ପୂର୍ବାହ୍ନ ୧୦ଟା ୩୫ରେ ଚାନ୍ଦିପୁରର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରାଯାଇଛି। କ୍ରୁଜ୍‌ ବାଲିଷ୍ଟିକ ମିସାଇଲ୍ ITCM ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି। ଯାହାର ଲକ୍ଷ୍ୟଭେଦ କ୍ଷମତା ୧୦୦୦ କିମି ରହିଛି। ଏହାସହ ୩୦୦ KG ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ।