ଇଟାଲୀର ମିଲାନ ସହରରେ ବଡ଼ ଧରଣର ବିସ୍ଫୋରଣ

ନୂଆଦିଲ୍ଲୀ,୧୧/୫: ଇଟାଲୀର ମିଲାନ ସହରରେ ବଡ଼ ଧରଣର ବିସ୍ଫୋରଣର ଘଟିଛି । ଏହି ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଯାଇଛନ୍ତି । ମିଲାନ୍ ସହରର କେନ୍ଦ୍ରସ୍ଥଳରେ ଥିବା ପୋର୍ଟା ରୋମାନା ଅଂଚଳରେ ଏହି ବିସ୍ଫୋରଣ ଘଟିବା ପରେ ଅନେକ ଗାଡ଼ିରେ ନିଆଁ ଲାଗିଯାଇଥିଲା । ପାର୍କିଂ ସ୍ଥଳରେ ପାର୍କିଂ ହୋଇଥିବା ଏକ ଭ୍ୟାନରେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ଆଖପାଖରେ ଥିବା ଅନେକ ଗାଡ଼ିରେ ନିଆଁ ଲାଗିଯିବା ସହ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ବିସ୍ଫୋରଣ ଘଟିଥିବା ନିକଟରେ ଏକ ସ୍କୁଲ ମଧ୍ୟ ରହିଛି । କିନ୍ତୁ ଏହି ବିସ୍ଫୋରଣରେ ସ୍କୁଲର କୌଣସି କ୍ଷତି ହୋଇନାହିଁ ।ବିସ୍ଫୋରଣ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ପୁଲିସର ପ୍ରାରମ୍ଭିକ ତଦନ୍ତ ଅନୁସାରେ ବିସ୍ଫୋରଣ ହୋଇଥିବା ଭ୍ୟାନରେ ଅକ୍ସିଜେନ ସିଲିଣ୍ଡର ରଖାଯାଇଥିଲା । ସେଥିରେ ନିଆଁ ଲାଗିବା ପରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି। ସମଗ୍ର ଅଞ୍ଚଳକୁ ସିଲ୍ କରିଦିଆଯାଇଛି । ଏହି ଘଟଣାରେ ଲୋକେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି ।