ଡିଏନ୍‌ଏ ଗ୍ରୁପ୍‌ର କର୍ମଚାରୀଙ୍କ ଘରେ ଚଢ଼ାଉ, ୩୦ କୋଟିରୁ ଅଧିକ ଜବତ

ଭୁବନେଶ୍ୱର,୫/୦୭: ରାଜଧାନୀ ଭୁବନେଶ୍ବରରେ ହୋଇଛି ଆଇଟି ରେଡ଼। ଡିଏନ୍‌ଏ ଗ୍ରୁପ୍‌ର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ବାସଭବନରେ ଚଢ଼ାଉ କରିଛି ଆୟକର ବିଭାଗ। ଏହି ଚଢ଼ାଉରେ ତାଙ୍କ ଭଡ଼ା ଘରୁ ୩୦ କୋଟି ଟଙ୍କା ମିଳିଥିବା ସୂଚନା ରହିଛି। ଟଙ୍କା ସବୁ ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରୁ ବାହାରିଛି। ତେବେ ସେ କେବଳ ୫୦୦ ଟଙ୍କିଆ ନୋଟ୍‌ ହିଁ ତାଙ୍କ ଘରେ ରଖିଥିଲେ। ୧୦ରୁ ୧୨ ଜଣ ଆଇଟି ଅଧିକାରୀ ମଶି ସରକାରୀ କ୍ବାର୍ଟ‌ରରେ ଚଢ଼ାଉ କରୁଛନ୍ତି। କମ୍ପାନିର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ଚଢାଉ କରାଯାଉଥିବା ସୂଚନା ରହିଛି। ଟିକସ ଫାଙ୍କିବା ଅଭିଯୋଗରେ ଗତକାଲି ରାତିରୁ ୨୨ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଉଛି।