ନୂଆଦିଲ୍ଲୀ,୧୪/୧୦: ପାଲେଷ୍ଟାଇନ୍ ସହ ଯୁଦ୍ଧ ଭିତରେ ଲେବାନନ୍ ଉପରେ ରକେଟ୍ ମାଡ କରିଛି ଇସ୍ରାଏଲ । ଫଳରେ ଏଠାକୁ ଖବର ସଂଗ୍ରହ କରିବାକୁ ଆସିଥିବା ରଏଟର୍ସ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଫଟୋ ଜର୍ଣ୍ଣାଲିଷ୍ଟ ସାମ୍ବାଦିକ ଇସାମ୍ ଆବଦାଲାହ ନାମ୍ ରହୁଥିବା ସାଉଥ୍ ଲେବାନନ ଆଲମା ଅଲ୍ ସାବ୍ ଗାଁରେ ରକେଟ୍ ମାଡ ହେବାରୁ ତାଙ୍କର ମୃତ୍ୟୁ ହୋଇଛି ।ଇସ୍ରାଏଲୀ ସେନା ଓ ଲେବାନୀୟ ଆତଙ୍କବାଦୀ ହେଜ୍ବୋଲ୍ଲାଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ସଂକ୍ରାନ୍ତରେ ରିପୋର୍ଟ ସଂଗ୍ରହ ଲାଗି ଇସ୍ରାଏଲ୍ ସୀମାନ୍ତବର୍ତ୍ତୀ ଅଲ୍ମା ଅଲ୍-ଶାବ୍ ନିକଟରେ ‘ଅଲ୍ ଜଜୀରା’ ଓ ‘ଏଜେନ୍ସି ଫ୍ରାନ୍ସ୍-ପ୍ରେସି’ ସମତେ ଅନ୍ୟାନ୍ୟ ସାମ୍ବାଦିକମାନେ ଉପସ୍ଥିତ ଥିଲେ। ଏହି ଘଟଣା ଲାଗି ଲେବାନନ୍ର ପ୍ରଧାନମନ୍ତ୍ରୀ ନାଜିବ୍ ମିକାତି ଓ ଜଣେ ହେଜ୍ବୋଲ୍ଲା ସାଂସଦ ଇସ୍ରାଏଲ୍କୁ ଦାୟୀ କରିଛନ୍ତି।