ଚନ୍ଦ୍ରପୃଷ୍ଟର ଗଭୀରକୁ ଗଲେ ବଦଳୁଛି ତାପମାତ୍ରା

ଭୁବନେଶ୍ୱର,୨୭/୦୮: ଚନ୍ଦ୍ରପୃଷ୍ଠରୁ ଆସିଛି ନୂଆ ତଥ୍ୟ । ପେ-ଲୋଡ୍ ଏହି ତଥ୍ୟ ପ୍ରଦାନ କରିଛି । ଚନ୍ଦ୍ରପୃଷ୍ଠରୁ ୧୦ ସେଂଟିମିଟର ଗଭୀରତା ଭିତରକୁ ଚନ୍ଦ୍ରପୃଷ୍ଠର ତାପମାତ୍ରା କେତେ ରହିଛି, ସେହି ତଥ୍ୟ ପ୍ରଦାନ କରିଛି ଏହି ପେ-ଲୋଡ । କିପରି ଚନ୍ଦ୍ରପୃଷ୍ଠର ଗଭୀରତାକୁ ଗଲେ ବଦଳୁଛି ତାପମାତ୍ରା, ତାକୁ ନେଇ ନୂଆ ତଥ୍ୟ ଆସିଛି । ଚନ୍ଦ୍ରର ଦକ୍ଷିଣ ମେରୁରୁ ପ୍ରଥମଥର ପାଇଁ ଏହି ପ୍ରକାରର ତଥ୍ୟ ସାମ୍ନାକୁ ଆସିଛି । ଏହାର ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଯାହାକୁ ଗ୍ରାଫ ମାଧ୍ୟମରେ ଦର୍ଶାଇଛି ଇସ୍ରୋ ।