ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଭୟଙ୍କର ଲଢେଇ, ବିଜୁଳି ପରେ ଏବେ ଖାଦ୍ୟ ଓ ଇନ୍ଧନ ଯୋଗାଣ ବ୍ୟାନ୍

ନୂଆଦିଲ୍ଲୀ,୯/୧୦: ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଲଢେଇ ଜାରି ରହିଛି। ପାଲେଷ୍ଟାଇନ ଭିତରେ ପଶି ପ୍ରତିଶୋଧ ନେଉଛି ଇସ୍ରାଏଲ ।  ଗାଜା ଅଂଚଳକୁ ସିଲ କରି ଇସ୍ରାଏଲ ସେନା ତୁହାକୁ ତୁହା ଆକ୍ରମଣ ଜାରି ରଖିଛି । ବିଜୁଳି ଯୋଗାଣକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି । କେବଳ ଗାଜା ଷ୍ଟ୍ରିପକୁ ନିଜ କବ୍ଜାକୁ ନେବାକୁ ପ୍ରାୟ ୧ ଲକ୍ଷ ସୈନିକଙ୍କୁ ମୁତୟନ କରିଛି ଇସ୍ରାଏଲ ।ଏବେ ଖାଦ୍ୟ ଓ ଇନ୍ଧନ ଯୋଗାଣକୁ ମଧ୍ୟ ବ୍ୟାନ୍ କରିଦିଆଯାଇଛି । ଗାଜା ସୀମାରେ ପ୍ରବେଶକୁ ନିଷିଦ୍ଧ କରିଦେଇଛି ଇସ୍ରାଏଲ ସେନା ।

ହମାସ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣ ପରେ ଯୁଦ୍ଧ ଘୋଷଣା କରିଥିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ଯୁଦ୍ଧର ତୃତୀୟ ଦିନରେ ଆକ୍ରମଣକୁ ଆହୁରି ଜୋରଦାର କରିଛି ଇସ୍ରାଏଲ ସେନା । ଗାଜାଷ୍ଟ୍ରିପରେ ହମାସ ବିଦ୍ରୋହୀ ସେନା ଉପରେ ଆକାଶମାର୍ଗରୁ ଜୋରଦାର ମିଶାଇଲ ମାଡ କରୁଛି ଇସ୍ରାଏଲ ।