ଇସ୍ରାଏଲକୁ ବଡ ସଫଳତା, ହମାସ ସଂସଦକୁ କବଜା କଲା ଇସ୍ରାଏଲ ସେନା

ନୂଆଦିଲ୍ଲୀ,୧୫/୧୧:ହମାସ-ଇସ୍ରାଏଲ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ଏହାରି ମଧ୍ୟରେ ଯୁଦ୍ଧରେ ଇସ୍ରାଏଲକୁ ବଡ ସଫଳତା ମିଳିଛି । ହମାସ ସଂସଦକୁ କବଜା କରିଛି ଇସ୍ରାଏଲ ସେନା । ଏନେଇ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରାଳୟ ଫଟୋ ପୋଷ୍ଟ କରିଛି । ସେପଟେ ଉତ୍ତରଗାଜାରେ ଥିବା ସମସ୍ତ ହମାସ ଶିବିର ନଷ୍ଟ ହୋଇଥିବା ଇସ୍ରାଏଲ ସେନା ଦାବି କରିଛି । ଏଥିସହ ହମାସକୁ ମୂଳପୋଛ କରିବା ଯାଏଁ ଯୁଦ୍ଧ ଚାଲିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଅନ୍ୟପଟେ ୩୮ଦିନର ଯୁଦ୍ଧରେ ଗାଜାର ସ୍ଥିତି ସବୁଠୁ ଅଧିକ ସଂଗୀନ ରହିଛି ।