ମାରାତ୍ମକ ଆଇରନ୍ ଷ୍ଟିଙ୍ଗ୍ ମୋର୍ଟାର ବୋମାର ପ୍ରୟୋଗ କଲା ଇସ୍ରାଏଲ

ନୂଆଦିଲ୍ଲୀ,୨୩/୧୦: ଇସ୍ରାଏଲ ଓ ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି। ଏହାରିମଧ୍ୟରେ ପ୍ରଥମ ଥର ପାଇଁ ଇସ୍ରାଏଲ୍ ପକ୍ଷରୁ ଅତ୍ୟନ୍ତ ମାରାତ୍ମକ ‘ଆଇରନ୍ ଷ୍ଟିଙ୍ଗ୍’ ମୋର୍ଟାର ବୋମାର ପ୍ରୟୋଗ କରି ହମାସର କେତେକ ରକେଟ୍ ଲଞ୍ଚ୍ ପ୍ୟାଡକୁ ଧ୍ବଂସ କରାଯାଇଛି । ଇସ୍ରାଏଲ ବାୟୁସେନା ପକ୍ଷରୁ ଏହି ଆକ୍ରମଣର ଭିଡିଓ ଫୁଟେଜ୍ ଜାରି କରାଯାଇଛି । ଇସ୍ରାଏଲ ପ୍ରତିରକ୍ଷା ବାହିନୀର ମାଗେଲାନ୍ ୟୁନିଟ୍ ଏହି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ବ୍ୟବହାର କରି ଗାଜା ଷ୍ଟ୍ରିପ୍ ଅଞ୍ଚଳରେ ଥିବା ହାମାସ ରକେଟ୍ ଲଞ୍ଚରକୁ ଟାର୍ଗେଟ କରି ଡଜନାଧିକ ଆତଙ୍କବାଦୀଙ୍କୁ ନିପାତ କରିଛି ।ଭିଡିଓରେ ୧୨୦ ମିଲିମିଟର ମୋର୍ଟାର ଶତ୍ରୁପକ୍ଷର ରକେଟ୍ ଲଞ୍ଚରକୁ ଧ୍ୱଂସ କରୁଥିବା ଦେଖିବାକୁ ମିଳୁଛି ।