ଇସ୍ରାଏଲ ବାୟୁସେନା ଏୟାର ଷ୍ଟ୍ରାଇକ୍, ହମାସର ଟପ୍ କମାଣ୍ଡର ବିଲାଲ ଅଲ କଦରା ନିହତ

ନୂଆଦିଲ୍ଲୀ, ୧୫/୧୦: ଇସ୍ରାଏଲ ବାୟୁସେନା  ଏୟାର ଷ୍ଟ୍ରାଇକ୍ କରି ହମାସର ଟପ୍ କମାଣ୍ଡର ବିଲାଲ ଅଲ କଦରାକୁ ନିହତ କରିଛି । ବିଲାଲ ଦକ୍ଷିଣ ଖାନ୍ ୟୁନିସ୍ ବାଟାଲିୟନର ଟପ୍ କମାଣ୍ଡର ଥିଲା ଏବଂ ଇସ୍ରାଏଲରେ ପଶି ଲୋକଙ୍କ ହତ୍ୟା କରିବାରେ ସାମିଲ ଥିଲା । ଏହା ବ୍ୟତୀତ ଇସ୍ରାଏଲ ଫୋର୍ସ ଇସ୍ଲାମିକ ଜେହାଦର ହେଡକ୍ୱାର୍ଟରକୁ ଏୟାର ଷ୍ଟ୍ରାଇକ୍ କରି ଧ୍ୱଂସ କରିଛନ୍ତି ।

ସୂଚନାଯୋଗ୍ୟ ଯେ ହମାସ ସହ ଯୁଦ୍ଧ ଭିତରେ ପାଲେଷ୍ଟାଇନ ନାଗରିକ ଉତ୍ତର ଗାଜାକୁ ସ୍ଥାନାନ୍ତର ହୋଇଯିବାକୁ ୨୪ ଘଣ୍ଟାର ମୋହଲତ ଦେଇଛି ଇସ୍ରାଏଲ । ଗାଜାର ଲୋକେ ଜୀବନ ବଞ୍ଚାଇବାକୁ ଦକ୍ଷିଣ ଗାଜାକୁ ଚାଲିଯିବାକୁ କୁହାଯାଇଛି ।