ଇସ୍ରାଏଲ-ହମାସ ଯୁଦ୍ଧ, ଆକ୍ରମଣରେ ଗାଜା ଦୁଇ ଫାଳ

ନୂଆଦିଲ୍ଲୀ,୧୧/୦୬: ଇସ୍ରାଏଲ ଏବଂ ଫିଲିସ୍ତାନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏହାରି ଭିତରେ ଇସ୍ରାଏଲ ସେନା ରବିବାର ହମାସ ଉପରେ ଆକ୍ରମଣ କରିଛି । ଆଉ ଗାଜା ପଟି ଦୁଇ ଭାଗ ହୋଇଛି । ଇସ୍ରାଏଲ ସେନାର ମୁଖପାତ୍ର ଏହା ସ୍ପଷ୍ଟ କରିଛନ୍ତି । ଏବେ ଗାଜା ସହରକୁ ଇସ୍ରାଏଲ ସେନା ଘେରି ରହିଛି । ଏବେ କେବଳ ଉତର ଏବଂ ଦକ୍ଷିଣ ଗାଜା ଅଲଗା ହୋଇଥିବାରୁ ଆହୁରି ଜୋରଦାର ଆକ୍ରମଣ କରିବାକୁ ଯାଉଛି ଇସ୍ରାଏଲ । ଆଇଡିଏଫ୍ ଏହା କହିଛି । ଇସ୍ରାଏଲ ଏବେ ଗ୍ରାଉଣ୍ଡ ଅପରେସନ କରୁଛି । ଏଥିରେ ୩୪ ଜଣ ଇସ୍ରାଏଲ ସେନା ପ୍ରାଣ ହରାଇଛନ୍ତି । ସେପଟେ ତୁର୍କୀରେ ପହଞ୍ଚିଛନ୍ତି ଆମେରିକାର ପ୍ରତିରକ୍ଷା ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ।