ସିରିଆ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ

ନୂଆଦିଲ୍ଲୀ,୧୧/୧୨:  ସିରିଆ ଉପରେ ଲଗାତାର ଆକ୍ରମଣ ଜାରି ରଖିଛି ଇସ୍ରାଏଲ। ଗତକାଲି ତୁର୍କୀ ଆକ୍ରମଣ କରାଥିବା ବେଳେ ବିଳମ୍ବିତ ରାତିରେ ଇସ୍ରାଏଲ ସିରିଆର ନୌସେନା ଉପରେ ବଡ ଆକ୍ରମଣ କରିଛି । ଆଉ ଏହି ଆକ୍ରମଣ କରିବା ପଛରେ ଏକମାତ୍ର କାରଣ ହେଉଛି ଇସ୍ରାଏଲକୁ ସୁରକ୍ଷା ଦେବା ବା ଭବିଷ୍ୟତରେ ଯେପରି ସିରିଆରେ ଥିବା ଆତଙ୍କୀମାନେ ଇସ୍ରାଏଲ ଉପରେ ଆକ୍ରମଣ ନକରିବେ ସେଥିପାଇଁ ଆତଙ୍କବାଦୀ ମାନଙ୍କୁ ବଡ ଚେତାବନୀ ଦେଉଛି ଇସ୍ରାଏଲ । ସିରିଆର ବିଭିନ୍ନ ଅଞ୍ଚଳରେ ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ । ଗୃହଯୁଦ୍ଧର ସ୍ଥିତି ଭିତରେ ସିରିଆରେ ନୂଆ ସରକାର ଗଢିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ୪୮ ଘଣ୍ଟାରେ ୪୮୦ ଏୟାରଷ୍ଟ୍ରାଇକ କରିଛି ଆଇଡିଏଫ, ସିରିଆର ବିଭିନ୍ନ ସ୍ଥାନରେ କ୍ଷେପଣାସ୍ତ୍ର ମାଡ଼ କରିଛି ଇସ୍ରାଏଲ। ବିଦ୍ରୋହ ଭିତରେ ସିରିଆରେ ଇସ୍ରାଏଲର ଏହା ସବୁଠାରୁ ବଡ଼ ଆକ୍ରମଣ ।