ଗାଜା ଉପରେ ଇସ୍ରାଏଲ ସେନାର ଆକ୍ରମଣ, ୧୮୪ ମୃତ

ନୂଆଦିଲ୍ଲୀ,୬/୦୧: ଇସ୍ରାଏଲ ସେନା ପୁଣି ଥରେ ଗାଜା ଉପରେ ବଡ଼ ଧରଣର ଆକ୍ରମଣ କରିଛି। ଗତ ୭୨ ଘଣ୍ଟା ମଧ୍ୟରେ ୯୪ଟି ଏୟାର ଷ୍ଟ୍ରାଇକ୍ ଓ ଗୁଳିମାଡ଼ କରିଛି । ଯାହା ଫଳରେ ୧୮୪ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି। ଏଭଳି ଆକ୍ରମଣକୁ ଅତ୍ୟନ୍ତ ବିପଜ୍ଜନକ ଏବଂ ନିଷ୍ଠୁର ବୋଲି ବର୍ଣ୍ଣନା କରିଛି। ସାଧାରଣ ନାଗରିକ, ଆବାସିକ ଅଞ୍ଚଳ, ବିଶେଷକରି ଗାଜା ସିଟିକୁ ଟାର୍ଗେଟ କରି ଇସ୍ରାଏଲ ଧ୍ବଂସଲୀଳା ଜାରି ରଖିଛି । କେତେକ ଭଗ୍ନାବଶେଷ ତଳେ ୫୦ରୁ ଅଧିକ ଲୋକ ଫସି ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଇଛି। ଗାଜାରେ ଥିବା ପାଲେଷ୍ଟାଇନ୍ ନାଗରିକ ସୁରକ୍ଷା ଅଧିକାରୀମାନେ କହିଛନ୍ତି ଯେ ଗତ ତିନି ଦିନ ମଧ୍ୟରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ଭୟାନକ ହୋଇଛି ।  ଇସ୍ରାଏଲକୁ ଆମେରିକା ଅସ୍ତ୍ରଶସ୍ତ୍ର ଓ ରାଜନୈତିକ ସମର୍ଥନ ଦେଇଥିବାରୁ ସେମାନେ ଆମେରିକାକୁ ମଧ୍ୟ ସମାଲୋଚନା କରିଛନ୍ତି। ଆନ୍ତର୍ଜାତିକ ସମୁଦାୟ ଏବଂ ଜାତିସଂଘ ନିରାପତ୍ତା ପରିଷଦ ଏଭଳି ଅପରାଧଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିବାକୁ ପାଲେଷ୍ଟାଇନ ନାଗରିକ ସମାଜ ଆହ୍ୱାନ ଦେଇଛି।

Leave a Reply

Your email address will not be published. Required fields are marked *