ଲେବାନନ ଉପରେ ଇସ୍ରାଏଲର ଘନ ଘନ ରକେଟ ମାଡ଼, ୧୮୨ମୃତ

ଭୁବନେଶ୍ୱର,୨୩/୦୯: ଲେବାନନ ଉପରେ ଆକ୍ରମଣ କରିଛି ଇସ୍ରାଏଲ ସେନା। ଘନ ଘନ ରକେଟ ମାଡରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି ଲେବାନନର କିଛି ଅଞ୍ଚଳ। ଏଥିରେ ୧୮୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ଥିବାବେଳେ ୪୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଇସ୍ରାଏଲର ଆକ୍ରମଣ ନେଇ ଲେବାନନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ପ୍ରଥମେ ମୃତ୍ୟୁସଂଖ୍ୟା ୫୦ ବୋଲି କୁହାଯାଉଥିଲା। ପରବର୍ତ୍ତୀ ସମୟରେ ଏହା ବଢି ୧୮୨ରେ ପହଞ୍ଚିଥିବା ରିପୋର୍ଟ ଆସିଛି। ସେହିପରି ଆହତଙ୍କ ସଂଖ୍ୟା ମଧ୍ୟ ବଢୁଛି। ଇସ୍ରାଏଲ ବଡ଼ ଧରଣର ଆକ୍ରମଣ କରିଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି।

Leave a Reply

Your email address will not be published. Required fields are marked *