ଉତ୍ତର ଇସ୍ରାଏଲ ଉପରେ ହେଜବୁଲ୍ଲାର ୧୪୦ଟି କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୦/୦୯: ଗୋଟିଏ ପଟେ ଇସ୍ରାଏଲ ସେନା ଲେବାନନରେ ଥିବା ହେଜବୁଲ୍ଲାର ବିଭିନ୍ନ ଠିକଣା ଉପରେ ଜୋରଦାର ଆକ୍ରମଣ କରୁଛି। ସେହିପରି  ଅନ୍ୟପଟେ ହେଜବୁଲ୍ଲା ମଧ୍ୟ ଏହାର ଜବାବ ଦେଇଛି। ହେଜବୁଲ୍ଲା ଉତ୍ତର ଇସ୍ରାଏଲ ଉପରେ ୧୪୦ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ହିଜବୁଲ୍ଲାର ଏହି କ୍ଷେପଣାସ୍ତ୍ର ଆକ୍ରମଣରେ ଇସ୍ରାଏଲର କେତେ କ୍ଷୟକ୍ଷତି ହୋଇଛି ସେ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ସୂଚନା ମିଳିପାରିନାହିଁ। ଇସ୍ରାଏଲ ଉପରେ ବଡ଼ ଧରଣର ବୋମା ମାଡ଼ କରି ପୂର୍ବ ଆକ୍ରମଣର ପ୍ରତିଶୋଧ ନେବାକୁ ହେଜବୁଲ୍ଲା ନେତା ହାସନ ନସରଲ୍ଲା ପ୍ରତିଶ୍ରୁତି ଦେବାର ଦିନକ ପରେ ଏହି ଆକ୍ରମଣ ହୋଇଛି।

Leave a Reply

Your email address will not be published. Required fields are marked *