ଟପ୍ ୧୦ ତାଲିକାରେ ଇଶାନ

ମୁମ୍ବାଇ,୧୬/୦୬: ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ (ଆଇସିସି) ଦ୍ୱାରା ନୂତନ ଟି-୨୦ ର୍ୟାଙ୍କିଙ୍ଗ ଘୋଷିତ ହୋଇଛି । ଦକ୍ଷିଣ ଆଫ୍ରିକା ବିକ୍ଷକ ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ କରି ଭାରତୀୟ ବ୍ୟାଟର ଇଶାନ କିଶାନ ୬୮ଜଣ ଖେଳାଳିଙ୍କୁ ପଛରେ ପକାଇ ରାଙ୍କିଙ୍ଗର ଟପ୍ ୧୦ ତାଲିକାରେ ଇଶାନ ସ୍ଥାନ ପାଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ୩ଟି ମ୍ୟାଚରେ ସେ ୧୬୪ ରନ୍ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି । ସେହିପରି ଟେଷ୍ଟ ଓ ଏକଦିବସୀୟ ର୍ୟାଙ୍କିଙ୍ଗରେ ପାକିସ୍ତାନ ଓ ଭାରତୀୟ ଖେଳାଳିଙ୍କ ଦବଦବା ରହିଛି ।

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ ଏହି ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଏକଦିବସୀୟ ର୍ୟାଙ୍କିଙ୍ଗରେ ପାକିସ୍ତାନ କ୍ୟାପଟେନ ବାବର ଆଜମ ତାଲିକାର ଏକ ନମ୍ବର ସ୍ଥାନରେ ରହିଛନ୍ତି । ପୁଣି ୱେଷ୍ଟଇଣ୍ଡିଜ ବିପକ୍ଷ ଏକଦିବସୀୟ ସିରିଜରେ ଦମଦାର ପ୍ରଦର୍ଶନ କରି ଇମାମ-ଉଲ-ହକ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ୩ ନଂ ସ୍ଥାନରେ ରହିଛନ୍ତି । ସେହିପରି ୪ର୍ଥ ସ୍ଥାନରେ ଟିମ ଇଣ୍ଡିଆ କ୍ୟାପଟେନ ରୋହିତ ଶର୍ମା ରହିଛନ୍ତି । ତେବେ ଟେଷ୍ଟ ର୍ୟାଙ୍କିଙ୍ଗରେ ଭାରତର ୨ଜଣ ବ୍ୟାଟର ସ୍ଥାନ ପାଇଛନ୍ତି । ରୋହିତ ଶର୍ମା ୭୫୪ ପଏଣ୍ଟ ପାଇ ୮ମ ଏବଂ ବିରାଟ କୋହଲି ୭୪୨ ପଏଣ୍ଟ ପାଇ ୧୦ମ ସ୍ଥାନରେ ରହିଥିବା ଜଣାପଡିଛି ।