ଭୁବନେଶ୍ୱର,୧୨/୦୪: ବେଆଇନ୍ ଗଞ୍ଜେଇ କାରବାରରେ ଲିପ୍ତ ଥିବାରୁ ଚାଲିଗଲା ଚାକିରି । ବିଦା ହେଲେ ୩ଜଣ ଆଇଆରବି ଯବାନ । ବୌଦ୍ଧ ପଞ୍ଚମ ବାଟାଲିୟନର କମାଣ୍ଡାଣ୍ଟ ୩ ଯବାନଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି । ବହିଷ୍କୃତ ତିନି ଯବାନ ହେଲେ ହାବିଲଦାର କୁନାର ସିଂ, କନେଷ୍ଟବଳ ତ୍ରିଲୋଚନ ରଣା ଓ କନେଷ୍ଟବଳ ନିଲମ ବରାଳ । ପୂର୍ବରୁ ଗଞ୍ଜେଇ କାରବାରରେ ଲିପ୍ତ ଥିବାରୁ ନିଲମ୍ବିତ ହୋଇଥିଲେ । ମନମୁଣ୍ଡା ପୋଲିସ ବାରାକରେ ଚଢ଼ାଉ କରି ୩ ଯବାନଙ୍କୁ ଗିରଫ କରିଥିଲେ ବୌଦ୍ଧ ଏସପି । ଯବାନଙ୍କ ପାଖରୁ ୧୫ କେଜି ଗଞ୍ଜେଇ ଜବତ ହୋଇଥିଲା । ଏହାପରେ ସେହି ୩ ଆଇଆରବି ଯବାନଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି ।