ମହିଳା ଇନ୍ସପେକ୍ଟର ଓ ତାଙ୍କ ସ୍ୱାମୀଙ୍କୁ ଅସଦାଚରଣ କରିବା ପଡିଲା ମହଙ୍ଗା, ଆଇପିଏସ୍ ରାଜେଶ ପଣ୍ଡିତ ନିଲମ୍ବିତ

ଭୁବନେଶ୍ୱର,୩୦/୦୭: ମହିଳା ଇନ୍ସପେକ୍ଟର ଓ ତାଙ୍କ ସ୍ୱାମୀଙ୍କୁ ଅସଦାଚରଣ ଅଭିଯୋଗରେ ଆଇପିଏସ୍ ଅଫିସର ରାଜେଶ ପଣ୍ଡିତ ନିଲମ୍ବିତ ହୋଇଛନ୍ତି । ନିଲମ୍ବନ ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ଏହାସହ ଆଇପିଏସ୍ ରାଜେଶ ପଣ୍ଡିତ୍ ଡିଜିଙ୍କ ବିନା ଅନୁମତିରେ ହେଡକ୍ୱାର୍ଟର ଛାଡି ପାରିବେନି ବୋଲି ମଧ୍ୟ କଡା ନିର୍ଦ୍ଦେଶ ରହିଛି । ସୂଚନା ମୁତାବକ, ଗତ ୨୭ ତାରିଖରେ ଆଇପିଏଏସ୍ ପଣ୍ଡିତ୍ କ୍ରାଇମବ୍ରାଞ୍ଚ ର ଏକ ଶାଖାରେ କାର୍ଯ୍ୟରତ ମହିଳା ଇନ୍ସପେକ୍ଟରଙ୍କ ଘରକୁ ଯାଇ ସେଠାରେ ଭଙ୍ଗାରୁଜା କରିବା ସହ ତାଙ୍କ ସ୍ୱାମୀଙ୍କୁ ମାଡ ମାରିବା ସହ ମହିଳା ଇନ୍ସପେକ୍ଟରଙ୍କୁ ବିବାହ କରିବାକୁ କହିଥିଲେ । ଏହି ଘଟଣାକୁ ନେଇ ମହିଳା ଇନ୍ସପେକ୍ଟରଙ୍କ ସ୍ୱାମୀ ମାମଲା ଦାଏର କରିଥିଲେ ବି ପୋଲିସ ଏହାକୁ ଚପାଇ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଥିଲା ।