ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ,୭/୭:  ବଢୁଛି ଆତ୍ମହତ୍ୟା ସଂଖ୍ୟା। ଆଜି କୋଇମ୍ବାଟୁରର ବରିଷ୍ଠ ଆଇପିଏସ୍ ଅଧିକାରୀ ଆତ୍ମହତ୍ୟା କରିଛନ୍ତି । ଡିଆଇଜି ବିଜୟ କୁମାର ନିଜ ସର୍ଭିସ୍ ପିସ୍ତଲରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡିଛି । ହେଲେ ଆତ୍ମହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।ତାମିଲନାଡୁର ବରିଷ୍ଠ ଆଇପିଏସ୍ ବିଜୟ କୁମାର ୨୦୦୯ ବ୍ୟାଚର ଆଇପିଏସ୍ । ସେ ପୁଲିସ ଅଧୀକ୍ଷକ ଭାବେ କାର୍ଯ୍ୟ କରିଛନ୍ତି । ୨୦୦୯ ବ୍ୟାଚର ଆଇପିଏସ୍ ବିଜୟ କୁମାର ପୂର୍ବରୁ କାଞ୍ଚିପୁରମ , କୁଡ୍ଡାଲୋର, ନାଗପଟ୍ଟିନମ୍ ଓ ତିରୁବରୁର ଜିଲ୍ଲାରେ ପୁଲିସ ଅଧୀକ୍ଷକ ଭାବେ ଦକ୍ଷତାର ସହ କାର୍ଯ୍ୟଭାର ତୁଲାଇଛନ୍ତି ।ଚଳିତ ବର୍ଷ ବିଜୟ କୁମାର କୋଇମ୍ବାଟୁର ରେଞ୍ଜର ନୂଆ ପୁଲିସ ଉପମହାନୀରିକ୍ଷକ (ଡିଆଇଜି)ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ।