ଭୁବନେଶ୍ୱର,୧୬/୦୨: ଶ୍ରୀମନ୍ଦିରରେ କୋଲକତା ନାଇଟ ରାଇଡର୍ସ ମେମ୍ବର ମାନେ ଆଇପିଏଲ୍ ଟ୍ରଫି ଆଣି ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି । ସେବାୟତଙ୍କ ମାଧ୍ୟମରେ ଏହି ପୂଜାର୍ଚ୍ଚନା କରାଯାଇଛି । ବିଭିନ୍ନ ପ୍ରସିଦ୍ଧ ମନ୍ଦିରରେ ଏହି ଟ୍ରଫିକୁ ନେଇ ପୂଜା କରାଯାଉଛି । ଗତବର୍ଷ କୋଲକାତା ନାଇଟ ରାଇଡର୍ସ ଆଇପିଏଲ୍ ଟ୍ରଫି ହାତେଇଥିଲା ।ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ ୨୦୨୫ । ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଏନେଇ ସୂଚନା ଦେଇଛନ୍ତି । ଆଉ ଫାଇନାଲ ମେ ୨୫ରେ ଖେଳାଯିବ । ହେଲେ ଏନେଇ ବିଧିବଧ ଭାବେ କୌଣସି ଘୋଷଣା ହୋଇନାହିଁ ।