ନୂଆଦିଲ୍ଲୀ,୨୨/୦୩: କୋଲକାତାର ଇଡେନ ଗାଡେନ୍ସଠାରେ ଆଜିଠାରୁ ଆରମ୍ଭ ହୋଇଛି ଆଇପିଏଲ ୨୦୨୫। ଉଦ୍ଘାଟନୀ ମ୍ୟାଚ୍ରେ କୋଲକାତା ନାଇଟରାଇଡର୍ସ (କେକେଆର)କୁ ୭ୱିକେଟ୍ରେ ହରାଇ ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)। ୧୭୫ ରନ୍ର ଲକ୍ଷ୍ୟକୁ ଦଳ ୧୬.୨ ଓଭରରେ ୧୭୭ ରନ କରି ହାସଲ କରିନେଇଥିଲା। ଆରସିବି ପକ୍ଷରୁ ଫିଲିପ ସଲ୍ଟ ୫୬ ରନ କରିଥିବାବେଳେ ବିରାଟ କୋହଲି ସର୍ବାଧିକ ୫୯ ରନ କରିଥିଲେ।
ଏହି ମ୍ୟାଚ୍ରେ ଆରସିବି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା କେକେଆର ଧାର୍ଯ୍ୟ ୨୦ ଓଭରରେ କେକେଆର ୮ ୱିକେଟ ହରାଇ ୧୭୪ ରନ୍ କରିଥିଲା। ଫଳରେ ଆରସିବି ପାଇଁ ବିଜୟ ଲକ୍ଷ୍ୟ ୧୭୫ ରନ୍ ରହିଥିଲା।