ଆଇନଫୋନ ବ୍ୟବହାର କରୁଥିଲେ ସାବଧାନ: ହ୍ୟାକ ହୋଇପାରେ ଆପଣଙ୍କ ଫୋନ, ସତର୍କ କଲା ଆପଲ କମ୍ପାନୀ

ନୂଆଦିଲ୍ଲୀ,୧୨/୦୪: ଆଇନଫୋନ ହ୍ୟାକ୍ ଆଶଙ୍କା ନେଇ ୯୨ ଦେଶର ବ୍ୟବହାରକାରୀଙ୍କୁ ସର୍ତକ କରାଇଲା ଆପଲ କମ୍ପାନୀ । ଇମେଲ ଜରିଆରେ ବ୍ୟବହାକାରୀଙ୍କୁ ସର୍ତକ କରାଯାଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ମର୍ସେନାରୀ ସ୍ପାଏୱେୟର ଆକ୍ରମଣକାରି ଆଇଫୋନକୁ ହ୍ୟାକ କରିପାରନ୍ତି । ହ୍ୟାକର ନିଜ ଇଚ୍ଛାରେ ଫୋନକୁ ଚଳାଇପାରିବ ଓ ନିଦ୍ଧିଷ୍ଟ ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରିପାରେ । ଫୋନକୁ ଆସୁଥିବା ଅଜଣା ଲିଙ୍କ ପ୍ରତି ସବୁଠୁ ଅଧିକ ସର୍ତକ ରହିବାକୁ ଆପଲ କମ୍ପାନୀ ଅପିଲ କରିଛି । ମର୍ସେନାରୀ ସ୍ପାଏୱେୟର ହେଉଛି ପେଗାସସ ଭଳି ଏକ ଗୁଇନ୍ଦା ସଂସ୍ଥା । ଆଗକୁ ନିର୍ବାଚନ ଏହି ସମୟରେ ନେତା,ସେଲିବ୍ରେଟି, ଶିଳ୍ପପତି ଓ ବ୍ୟବସାୟୀଙ୍କୁ ଟାର୍ଗେଟ ଆଶଙ୍କା ରହିଛି ।