ଦିଲ୍ଲୀ ସୀମାରେ ଇଣ୍ଟରନେଟ ବନ୍ଦ

ନୂଆଦିଲ୍ଲୀ, ୩୦/୧: ସିଙ୍ଘୁ, ଟିକରି ଓ ଗାଜିପୁର ବର୍ଡରରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ଜାନୁଆରୀ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସେବା । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ଚାଷୀ ନେତାଙ୍କ ଅନୁରୋଧ କରାଯାଇଛି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି। ବୈଠକରେ ଚାଷୀ ଆନ୍ଦୋଳନ ଓ ଦାବିକୁ ନେଇ ଜୋରଦାର ଆଲୋଚନା ହେଉଛି।