୨ବର୍ଷ ପରେ ଉଡିବ ଆନ୍ତର୍ଜାତିକ ବିମାନ

ନୂଆଦିଲ୍ଲୀ:ଦେଶରେ ଦିନକୁ ଦିନ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ସ୍ଥିତି ଏବେ ସୁଧୁରିବ ପରେ ମାର୍ଚ୍ଚ ୨୭ ତାରିଖରୁ ଉଡ଼ାଣ ଭରିବ ଆନ୍ତର୍ଜାତିକ ବିମାନ ।ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । କରୋନା ପାଇଁ ପାଖାପାଖି ଦୁଇ ବର୍ଷ ଧରି ବନ୍ଦ ରହିଥିଲା ଆନ୍ତର୍ଜାତିକ ବିମାନ ସେବା ।