ଆନ୍ତର୍ଜାତିକ ଯାତ୍ରୀ ବିମାନ ଚଳାଚଳ ବନ୍ଦ ଅବଧି ବୃଦ୍ଧି

ନୂଆଦିଲ୍ଲୀ, ୧୯/୧: ବିଶ୍ୱକୁ ଏବେ କବଳିତ କରିବାରେ ଲାଗିଛି କରୋନା । ଏହାସହ ଦେଶରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ପୁଣି ସମସ୍ତଙ୍କୁ ଘାରିଛି ଓମିକ୍ରନ ଚିନ୍ତା। ତେଣୁ ସବୁ ପରିସ୍ଥିତି କୁ ଦୃଷ୍ଟି ରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆନ୍ତର୍ଜାତିକ ଯାତ୍ରୀ ବିମାନ ଚଳାଚଳ ବନ୍ଦ ଅବଧି ବୃଦ୍ଧି ହୋଇଛି । ଫେବୃଆରୀ ୨୮ ପର୍ଯ୍ୟନ୍ତ ଯାତ୍ରୀ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିିିଆଯାଇଛି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।