ଡିସେମ୍ବର ୧୫ରୁ ଦେଶରେ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା

ନୂଆଦିଲ୍ଲୀ, ୨୭/୧୧: ଏବେ ଦେଶରେ କରୋନା ସଂକ୍ରମଣ କମିଛି। ଏହାରିମଧ୍ୟରେ ଆସନ୍ତା ଡିସେମ୍ବର ୧୫ରୁ ଦେଶରେ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା। କେବଳ ୧୪ଟି ଦେଶ ପାଇଁ ଭାରତ ଏହି ସେବା ଆରମ୍ଭ କରିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଂକ୍ରମଣ ଆରମ୍ଭରୁ ପର୍ଯ୍ୟାୟକ୍ରମେ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଥିଲା। ଏବେ ସ୍ଥିତିରେ ଟିକେ ସୁଧାର ଆସିବା ପରେ ଆସନ୍ତା ୧୫ ତାରିଖରୁ ପୁଣି ଥରେ ବିମାନ ସେବା ଆରମ୍ଭ ହେବ ବୋଲି ସୂଚନା ମିଳିଛି।