ବାତ୍ୟା ଦାନା ଯୋଗୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ କାର୍ଯ୍ୟକାରୀ ହେଲା ଇଂଟର-ସର୍କଲ ରୋମିଂ ସେବା କାର୍ଯ୍ୟକାରୀ

ବାତ୍ୟା ‘ଦାନା’ ଯୋଗୁ ପ୍ରଭାବିତ ହେବାକୁ ଥିବା ଉପକୂଳ ଓଡ଼ିଶାରେ କିପରି ଟେଲିକମ୍ ସେବା ବ୍ୟାଘାତ ହେବନାହିଁ ସେନେଇ ପଦକ୍ଷେପ ଗ୍ରହଣ କରାଯାଇଛି।  ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ବିଏସଏନଏଲ, ଜିଓ, ଏୟାରଟେଲ୍ ଓ ଭୋଡ଼ାଫୋନର ସହଯୋଗରେ ଆଜି ସକାଳ ୮ଟାରୁ ଇଂଟର-ସର୍କଲ ରୋମିଂ ସେବା କାର୍ଯ୍ୟକାରୀ କରାଯାଇଛି ବୋଲି ରାଜ୍ୟ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ବାତ୍ୟା ପାଇଁ ରେଡ୍ ଜୋନ୍ ଚିହ୍ନଟ ୭ଟି ଜିଲ୍ଲା ଯଥା- ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ଯାଜପୁର ଓ କଟକରେ ଭାରତ ସରକାରଙ୍କ ଗାଇଡଲାଇନ୍ ଆଧାରରେ ଟେଲିକମ୍ ସେବାପ୍ରଦାନକାରୀ ସଂସ୍ଥାଗୁଡ଼ିକ ସହଯୋଗରେ ଆଜି ସକାଳ ୮ଟାରୁ ଇଂଟର ସର୍କଲ ରୋମିଂ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଗୋଟିଏ ଟେଲିକମ୍ କମ୍ପାନୀର ନେଟୱାର୍କ ଡାଉନ୍ ହେଲେ ଅନ୍ୟ ଟେଲିକମ୍ କମ୍ପାନୀର ନେଟୱାର୍କକୁ ସାଧାରଣ ଲୋକେ ବ୍ୟବହାର କରିପାରୁଛନ୍ତି ।

Leave a Reply

Your email address will not be published. Required fields are marked *