ରାଜସ୍ଥାନ ସରକାରଙ୍କ ବଡ଼ ନିଷ୍ପତ୍ତି, ସ୍କୁଲରେ ଇନ୍ଦୀରା ଗାନ୍ଧୀ ଜୟନ୍ତି ପାଳନ ନ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୧/୦୭: ରାଜସ୍ଥାନ ସରକାରଙ୍କ ବଡ଼ ନିଷ୍ପତ୍ତି।  ରାଜ୍ୟର ସମସ୍ତ ସ୍କୁଲକୁ ଇନ୍ଦୀରା ଗାନ୍ଧୀ ଜୟନ୍ତି ପାଳନ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସ୍କୁଲ କ୍ୟାଲେଣ୍ଟରରୁ ଇନ୍ଦୀରା ଗାନ୍ଧୀଙ୍କ ଜୟନ୍ତି ଅବସରରେ ପଡୁଥିବା ଛୁଟିକୁ ହଟାଇ ଦିଆଯାଇଛି । ଏନେଇ ଶିକ୍ଷାମନ୍ତ୍ରୀ ମଦନ ଦିଲାବର ସୂଚନା ଦେଇଛନ୍ତି ।ଶିକ୍ଷାମନ୍ତ୍ରୀ ମଦନ ଦିଲାବର କହିଛନ୍ତି କି, ଦେଶରେ ଅନେକ ମହାନ ବ୍ୟକ୍ତି ରହିଛନ୍ତି, ଯେଉଁମାନେ ଇନ୍ଦୀରା ଗାନ୍ଧୀଙ୍କ ଠାରୁ ଦେଶ ପାଇଁ ଭଲ କାମ କରିଛନ୍ତି ତେଣୁ ସେମାନଙ୍କ ଜୟନ୍ତି ପାଳନ କରାଯିବା ଉଚିତ ଓ ଏହି କାରଣରୁ ଇନ୍ଦୀରା ଗାନ୍ଧୀଙ୍କ ଜୟନ୍ତୀ ପାଳନକୁ ବନ୍ଦ କରାଯାଇଛି । ଏହାସହ ଇନ୍ଦୀରା ଗାନ୍ଧୀଙ୍କ ପୂଣ୍ୟତିଥୀକୁ ଏବେଠାରୁ ସଂକଳ୍ପ ଦିବସ ଓ ଏନେଇ ଆୟୋଜିତ ହେଉଥିବା କୋମୀ ଏକତା ସପ୍ତାହର ନାମ ପରିବର୍ତନ କରି ଏହାକୁ ସମରସତା ସପ୍ତାହ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।