ଇଣ୍ଡିଗୋର ଦୁଇଟି ବିମାନକୁ ବୋମାରେ ଉଡାଇଦେବାକୁ ଧମକ

ନୂଆଦିଲ୍ଲୀ,୧୪/୧୦:ଏୟାର ଇଣ୍ଡିଆ ପରେ ଇଣ୍ଡିଗୋର ଦୁଇଟି ବିମାନକୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି । ମୁମ୍ବାଇରୁ ସାଉଦି ଆରବର ଜେଧା ଏବଂ ମସ୍କଟ ଯିବାକୁ ଥିବା ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଛି। ଏନେଇ ଇଣ୍ଡିଗୋ ବିମାନ ମୁଖପାତ୍ରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ତାଙ୍କ କହିବା ଅନୁସାରେ, 6E 1275 ବିମାନ ମୁମ୍ବାଇରୁ ମସ୍କଟ ଅଭିମୁଖେ ଯିବାର ଥିଲା, ସେହିପରି 6E 56 ବିମାନ ସାଉଦି ଆରବର ଜେଧା ଯାଇଥାନ୍ତା। କିନ୍ତୁ ଦୁଇ ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ମିଳିଥିଲା। ସୁରକ୍ଷା ଦୃଷ୍ଟିରେ ତୁରନ୍ତ ବିମାନକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କେହି ଦୁର୍ବୃତ୍ତ ଟ୍ୱିଟ୍ ଯୋଗେ ଏହି ଧମକ ଦେଇଥିଲେ। ପରେ ବୋମା ଏବଂ ଡଗ୍ ସ୍କ୍ୱାର୍ଡ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ମାତ୍ର କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିଲା।

Leave a Reply

Your email address will not be published. Required fields are marked *