ବ୍ରୋଞ୍ଜ ଲଢ଼େଇରେ ହାରିଗଲା ଭାରତ

ଟୋକିଓ,୬/୮: ଆଜି ଟୋକିଓ ଅଲିମ୍ପିକ୍ସରେ ମହିଳା ହକି ବ୍ରୋଞ୍ଜ ପଦକ ପ୍ରତିଯୋଗିତାରେ ଗ୍ରେଟ୍‌ ବ୍ରିଟେନ୍‌ ଠାରୁ ଭାରତ ପରାଜିତ ହୋଇଛି। ୩-୪ ଗୋଲ୍‌ରେ ଗ୍ରେଟ୍ ବ୍ରିଟେନ ଠାରୁ ହାରିଛି ଭାରତୀୟ ମହିଳା ହକି ଟିମ୍‌ ।ଏହି ମ୍ୟାଚ୍ ହାରି ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନରେ ରହି ତା’ର ଚଳିତ ଅଲିମ୍ପିକ୍ସ ଅଭିଯାନକୁ ଶେଷ କରିଛି।

ଅନ୍ୟପଟେ ମହିଳା ହକି ଟିମ୍ ର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ ମହିଳା ହକି ଟିମର ପ୍ରଦର୍ଶନ ସବୁବେଳେ ମନେ ରହିବ । ଟିମର ଶ୍ରେଷ୍ଠ ପ୍ରଦର୍ଶନକୁ ନେଇ ଦେଶ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।