ଏସିଆନ ଗେମରେ ସ୍ୱର୍ଣ୍ଣ ପଦକ ହାସଲ କଲା ଭାରତୀୟ ମହିଳା କ୍ରିକେଟ ଦଳ

ନୂଆଦିଲ୍ଲୀ,୨୫/୦୯: ଏସିଆନ ଗେମରେ ଦମଦାର ପ୍ରଦର୍ଶନ ଦେଖାଇଛି ଭାରତୀୟ ମହିଳା କ୍ରିକେଟ ଦଳ । ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ମହିଳା ଦଳକୁ ୧୯ ରନରେ ହରାଇ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ଫାଇନାଲ ମ୍ୟାଚରେ ଭାରତ ବିଜୟୀ ହୋଇ ଇତିହାସ ସୃଷ୍ଟି କରିଛି ।ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ସେହିପରି ପ୍ରଥମେ ବୋଲିଂ କରିଥିଲା ଶ୍ରୀଲଙ୍କା ଦଳ । ଭାରତ ୨୦ ଓଭରରେ ୭ ୱିକେଟ ହରାଇ ୧୧୬ ରନ କରିଥିଲା । ୧୧୭ ରନ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଶ୍ରୀଲଙ୍କା ଦଳ ୨୦ ଓଭରରେ ୯୭ ରନ କରିବାରେ ସକ୍ଷମ ହୋଇଥିଲା ।