ନୂଆଦିଲ୍ଲୀ,୧୫/୦୧: ଭାରତୀୟ ନୌସେନାର ବଢ଼ିଲା ବଳ । କାରଣ ନୌସେନାରେ ସାମିଲ ହେଲେ ୩ ଲଢୁଆ ଯୁଦ୍ଧପୋତ । ଆଜି ଆଇଏନଏସ ନୀଳଗିରି , ସୁରଟ୍ ଓ ଆଇଏନଏସ ବାଘଶିରକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏସବୁ ସାମିଲ ହେବା ପରେ ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି। । ଏହି ତିନୋଟି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ । ମୁମ୍ବାଇର ମାଜାଗାଓଁ ଡକ୍ ଶିପ୍ ବିଲଡର୍ସ ଲିମିଟେଡରେ ଏହାର ଡିଜାଇନ୍ ଓ ନିର୍ମାଣ କରାଯାଇଛି । ଆଇଏନ୍ଏସ୍ ସୁରତ ହେଉଛି ଏକ ଷ୍ଟିଲ୍ଥ ଗାଇଡେଡ୍ ମିସାଇଲ୍ ଡିଷ୍ଟ୍ରୋୟର । ଆଇଏନଏସ ନୀଳଗିରି ହେଉଛି ପ୍ରୋଜେକ୍ଟ ୧୭ଏର ପ୍ରଥମ ଷ୍ଟିଲ୍ଥ ଫ୍ରିଗେଟ୍ । ଆଇଏନ୍ଏସ୍ ବାଘଶୀର ହେଉଛି ଏକ ସ୍କର୍ପିନ୍ ଶ୍ରେଣୀର ବୁଡ଼ାଜାହାଜ। ସମୁଦ୍ରରେ ଏହି ତିନୋଟିର ଶକ୍ତି ବାସ୍ତବରେ ଆଶ୍ଚର୍ୟ୍ୟଜନକ । ଶତ୍ରୁଙ୍କ ନିଦ ହଜାଇବା ପାଇଁ ସମୁଦ୍ରକୁ ଓହ୍ଲାଇଛନ୍ତି ଭାରତର ତିନି ସମ୍ରାଟ । ଏବେ ସମୁଦ୍ରରେ ଶତ୍ରୁଙ୍କ ପ୍ରତ୍ୟେକ ଚାଲ୍ ବିଫଳ ହେବ ।