ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସଲିମଙ୍କ ପରଲୋକ

ଭୁବନେଶ୍ୱର,୨/୪: ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସଲିମ ଦୁରାନିଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । କ୍ୟାନ୍ସରରେ ପୀଡିତ ହୋଇ ଦୀର୍ଘ ଦିନ ହେବ ଚିକିତ୍ସାଧିନ ହେଉଥିବା ଅବସ୍ଥାରେ ଗୁଜୁରାଟ ଜାମନଗରରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ସଲିମ ଦୁରାନି । କ୍ରିକେଟରେ ତାଙ୍କର ପ୍ରଦର୍ଶନ ପାଇଁ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରାଯାଇଛି । ସ୍ପିନ୍ ଅଲରାଉଣ୍ଡର ସଲୀମ ଦୁରାନିଙ୍କ ଜନ୍ମ ୧୯୩୪ ଡିସେମ୍ବର ୧୧ ତାରିଖରେ ଆଫଗାନିସ୍ତାନ କାବୁଲରେ ହୋଇଥିଲା । ତାଙ୍କୁ ଯେତେବେଳେ ୮ ମାସ ହେବା ବେଳକୁ ତାଙ୍କ ପରିବାର ପାକିସ୍ତାନର କରାଚିରେ ଆସି ଅବସ୍ଥାନ କରିଥିଲେ । ଏହାପରେ ଯେତେବେଳେ ଭାରତ ପାକିସ୍ତାନ ବିଭାଜନ ହେଲା ତାଙ୍କ ପରିବାର ଭାରତ ପଳାଇ ଆସିଥିଲେ ।