ଆରପାରିରେ ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂହ ବେଦୀ

ନୂଆଦିଲ୍ଲୀ,୨୩/୧୦: ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂହ ବେଦୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ୧୯୪୬ ମସିହା ସେପ୍ଟେମ୍ବର ୨୫ ତାରିଖରେ ଅମୃତସରରେ ଜନ୍ମଗ୍ରହଣ କରିଥିଲେ ବିଶନ ସିଂହ ବେଦୀ । ସେ ଥିଲେ ଜଣେ ବାମହାତୀ ଚତୁର ସ୍ପିନ ବୋଲର । ଭାରତ ପାଇଁ ସେ ୧୯୬୬ରୁ ୧୯୭୯ ପର୍ଯ୍ୟନ୍ତ କ୍ରିକେଟ୍ ଖେଳିଥିଲେ । ଏହା ଭିତରେ ସେ ୨୨ଟି ଟେଷ୍ଟ ମ୍ୟାଚରେ ଭାରତ ପାଇଁ କ୍ୟାପଟେନ୍ ମଧ୍ୟ ରହିଥିଲେ ।