ସୀମାରେ ସେନା ସଂଖ୍ୟା ବଢାଉଛି ଭାରତ, ଭୟବିତ ହୋଇଉଠିଛି ଚୀନ୍

ନୂଆଦିଲ୍ଲୀ,୦୯/୦୩: ଦିନକୁ ଦିନ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ବଢିବାରେ ଲାଗିଛି । ଏଲଏସିରେ ଉତ୍ତେଜନା ବଢୁଥିବା ବେଳେ ଭାରତର ଏକ ଦୃଢ ପଦକ୍ଷେପ ନେଇଛି । ସୀମାରେ ସେନା ସଂଖ୍ୟା ବଢାଉଛି ଭାରତ । ଯାହାକୁ ନେଇ ଭୟବିତ ହୋଇଉଠିଛି ଚୀନ୍ । ଏବଂ ଭାରତ ସହ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ଗୁହାରି କରୁଛି । ସୀମାକୁ ଆହୁରି ମଜବୁତ କରିବା ପାଇଁ ଏଲଏସିର ପଶ୍ଚିମ ଭାଗରେ ୧୦ହଜାର ସୈନ୍ୟ ବିଶିଷ୍ଟ ଏକ ଟିମ୍ ମୁତୟନ କରାଯାଇଛି । ସେନା ଅଧିକାରୀଙ୍କ କହିବା ଅନୁସାରେ, ବିବାଦୀୟ ସୀମା ନିକଟରେ ପୂର୍ବରୁ ୯ହଜାର ସୈନ୍ୟ ମୁତୟନ ଥିଲେ । ଏବେ ଆଉ ଏକ ଟିମକୁ ସେଠାରେ ମୁତୟନ କରାଯାଇଛି । ପୂର୍ବରୁ ଥିବା ଟିମ୍ ନବନିର୍ମୀତ ଟିମ୍ ସହ ମିଳିତ ଭାବେ ବିବାଦୀୟ ସୀମାର ସୁରକ୍ଷା କରିବେ । ଭାରତର ଏହି ପଦକ୍ଷେପ ପରେ ଭୟବିତ ହୋଇଯାଇଛି ଚୀନ୍ । ଚୀନର ବୈଦେଶିକ ମନ୍ତ୍ରୀ ଭାରତର ଏହି ପଦକ୍ଷେପକୁ ନେଇ କହିଛନ୍ତି । ସୀମାନେ ଶାନ୍ତି ଓ ସ୍ଥିରତା ରକ୍ଷା କରିବା ପାଇଁ ଚୀନ୍ ଭାରତ ସହ ମିଳିତ ଭାବେ କାମ କରିବ । ସୀମାନେ ଭାରତ ଏପରି ସେନା ମୁତୟନ କରିବା ଦ୍ୱାରା ଶାନ୍ତି ବଜାୟ ରହିପାରିବ ନାହିଁ ।