ଦୁବାଇରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ବାଜି ମାରି ନେଲା ଭାରତ

ନୂଆଦିଲ୍ଲୀ,୦୯/୦୩: ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ବାଜି ମାରି ନେଇଛି ଭାରତ । ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ଓ୍ବିକେଟରେ ହରେଇ ଭାରତ ୧୨ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫିକୁ ହାତେଇଛି।

ଆଜିର ମ୍ୟାଚରେ ଟସ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ।  ଦଳ ୫୦ ଓଭରରେ ୭ ଓ୍ୱିକେଟ ହରାଇ ୨୫୧ ରନ କରିବାରେ ସଫଳ ହୋଇଥିଲା । ୨୫୨ ରନର ବିଜୟ ଲକ୍ଷ୍ୟ ନେଇ ମୈଦନାକୁ ଓହ୍ଲାଇଥିଲା ଭାରତ ଦଳ ଆରମ୍ଭରୁ ଭଲ ପାର୍ଟନରସିପ କରିଥିଲା । ଏହି ମ୍ୟାଚରେ ରୋହିତ ଶର୍ମା ୭୬, ଶ୍ରେୟାସ ଆୟର ୪୮, କେଏଲ ରାହୁଲ ୩୪ ଓ ଶୁଭମନ ଗିଲ ୩୧ ରନ କରିଥିଲେ । ଫଳରେ ଭାରତ ଏହି ମ୍ୟାଚକୁ ଗୋଟିଏ ଓଭର ବାକି ଥାଇ ୪ ଓ୍ବିକେଟରେ ଜିତିନେଇ । ଚାମ୍ପିୟନ୍ସ ଟ୍ରଫି ନିଜ ନାଁରେ କରିଛି ।

Leave a Reply

Your email address will not be published. Required fields are marked *