ଟି -୨୦ ବିଶ୍ୱକପ, ଦକ୍ଷିଣ ଆଫ୍ରିକାକୁ ପରାଜିତ କରି ଭାରତ ହାତେଇଲା ଟ୍ରଫି

ନୂଆଦିଲ୍ଲୀ,୨୯/୦୬: ଟି -୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରି ଟ୍ରଫି ହାତେଇଲା ଭାରତ । ବାର୍ବାଡୋସର ବ୍ରିଜଟାଉନଠାରେ ଶନିବାର ଖେଳାଯାଇଥିବା ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି । ୧୭ ବର୍ଷ ପରେ ଭାରତ ପୁଣି ଥରେ ଟି-୨୦ ବିଶ୍ବ ଚାମ୍ପିଅନ ହୋଇଛି । ୨୦୦୭ରେ ଅନୁଷ୍ଠିତ ପ୍ରଥମ ଟି-୨୦ ବିଶ୍ବକପରେ ଭାରତ ଚାମ୍ପିଅନ ହୋଇଥିଲା । ସେହିପରି ୧୧ ବର୍ଷ ପରେ ଭାରତ କୌଣସି ଆଇସିସି ଟ୍ରଫି ଜିତିଛି ।ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ୬ୱିକେଟ୍‌ ହରାଇ ସ୍କୋର ୧୭୬ ରନ୍ କରିଥିଲା।