ହକି ବିଶ୍ବକପ୍‌-୨୦୨୩: ସ୍ପେନ୍‌କୁ ପରାସ୍ତ କରି ଭାରତ ବିଜୟୀ

ଭୁବନେଶ୍ୱର,୧୩/୧: ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ଭାରତ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି। ଉଦ୍‌ଘାଟନୀ ଦିବସର ଚତୁର୍ଥ ମ୍ୟାଚ୍‌ରେ ଶୁକ୍ରବାର ଟିମ୍‌ ଇଣ୍ଡିଆ ୨-୦ରେ ସ୍ପେନ୍‌କୁ ପରାସ୍ତ କରିଛି। ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଭାରତୀୟ ଟିମ୍‌ରେ ଖେଳାଳିମାନେ ଆରମ୍ଭରୁ ସ୍ପେନ୍‌ ଉପରେ ଆଧିପତ୍ୟ ଜାରି ରଖି‌ଥିଲେ। ଓଡ଼ିଆ ପୁଅ ଅମିତ ରୋହିଦାସ ପ୍ରଥମ ଗୋଲ୍‌ ଦେଇ ଭାରତକୁ ଅଗ୍ରଣୀ କରାଇଥିଲେ। ଉପଅଧିନାୟକ ରୋହିଦାସ ଖେଳର ୧୨ତମ ମିନିଟରେ ଏକ ପେନାଲ୍ଟି ଗୋଲ୍‌ ଦେଇଥିଲେ।