ବାଂଲାଦେଶକୁ ୨୨୭ ରନରେ ପରାସ୍ତ କଲା ଭାରତ

ନୂଆଦିଲ୍ଲୀ,୧୦/୧୨ : ପ୍ରଥମ ୨ଟି ମ୍ୟାଚ ହାରି ସିରିଜ୍ ହାରିଯାଇଥିବା ଭାରତୀୟ ଦଳ ଚଟ୍ଟଗ୍ରାମରେ ଅନୁଷ୍ଠିତ ୩ୟ ଦିନିକିଆରେ ବାଂଲାଦେଶକୁ ୨୨୭ ରନରେ ପରାସ୍ତ କରିଛି ।

ଭାରତ ପକ୍ଷରୁ ରଖାଯାଇଥିବା ୪୧୦ ରନର ବିଜୟ  ଲକ୍ଷ୍ୟ ଜବାବରେ ବାଂଲାଦେଶ ଦଳ ୧୮୨ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ସାକିବୁଲ ଅଲ ହସନ ସର୍ବାଧିକ ୪୩ ରନ କରିଥିବାବେଳେ ଲିଟନ ଦାସ ୨୯ ରନ ଓ ୟାସିର ଅଲ୍ଲି ୨୫ ରନ କରିଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ୩ଟି ଓ୍ବିକେଟ ନେଇଥିବାବେଳେ ଉମରାନ ମଲ୍ଲିକ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।