ପାରା ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରବୀଣ କୁମାର

ଭୁବନେଶ୍ୱର, ୬/୦୯: ପାରା ଅଲିମ୍ପିକ୍ସରେ ଭାରତର ପଦକ ବର୍ଷା ଜାରି ରହିଛି। ଆଜି ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରବୀଣ କୁମାର। ସେ ପୁରୁଷ ଉଚ୍ଚ ଡିଆଁର ଟି ୬୪ ବର୍ଗରେ ଦେଶ ପାଇଁ ଏପରି ସଫଳତା ଆଣିଛନ୍ତି।

ଆରମ୍ଭରୁ କମାଲ କରିଥିବା ପ୍ରବୀଣ ୨.୦୮ ମିଟର ଉଚ୍ଚକୁ କ୍ଲିୟର  ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି। ୩ ବର୍ଷ ତଳେ ଟୋକିଓ ଅଲିମ୍ପିକ୍ସରେ ପ୍ରବୀଣ କୁମାର ରୌପ୍ୟ ପଦକ ଜିତିଥିଲେ।

ପ୍ୟାରିସ ଅଲିମ୍ପିକ୍ସରେ ଏହା ଭାରତର ୬ଷ୍ଠ ସ୍ୱର୍ଣ୍ଣ ପଦକ।  ସେହିପରି ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨୬ରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *